ୟୁନିଫର୍ମ ରିସୋର୍ସ ଲୋକେଟର - ଉଇକିପିଡ଼ିଆ
Jump to content
ଉଇକିପିଡ଼ିଆରୁ
ଇଂରାଜୀ ଲିଙ୍କ
ଗୋଲ୍ ବୁଲାଯାଇଥିବା ଅଂଶରେ ଥିବା ଧାଡ଼ିଟି ଏହି ପୃଷ୍ଠାର URL ଅଟେ ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍
(URL) ହେଉଛି
ଇଣ୍ଟରନେଟରେ
ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ
ଇଣ୍ଟରନେଟ ଆଡ୍ରେସ
ବା
ୱେବ ଆଡ୍ରେସ
କୁହାଯାଏ ।
ଏହି ଠିକଣାଦ୍ୱାରା ଏକ
କମ୍ପ୍ୟୁଟର ନେଟୱାର୍କ
ରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ
ୱେବ୍ ପେଜ୍
ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର
ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର
(URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer),
ଇମେଲ
(E-mail),
ଡାଟାବେସ
ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ
ୱେବ ବ୍ରାଉଜର
ରେ ୱେବ ପେଜ୍ର ଉପରେ ଥିବା
ଆଡ୍ରେସ ବାର
ରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ
http:
//www.example.com/index.html
ଏଠାରେ
http
ହେଉଛି ଏକ
ପ୍ରୋଟୋକଲ୍
www.example.com
ହେଉଛି
ହୋଷ୍ଟ୍ ନେମ୍
ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା
ସର୍ଭର୍
ର ନାମ ଏବଂ
index.html
ହେଉଛି ଫାଇଲ୍ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) । ସାଧାରଣତଃ
http
ଏବଂ
https
ପ୍ରୋଟୋକଲ୍କୁ ବ୍ୟବହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।
ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବହୃତ URLରେ
ftp
ପ୍ରୋଟୋକଲ୍ (
File Transfer Protocol
) ବ୍ୟବହୃତ ହୋଇଥାଏ ।
ଉଦାହରଣ ସ୍ୱରୂପ
ftp://www.somecompany.com/whitepapers/widgets.ps
ସେହିପରି କୌଣସି ଇ-ମେଲ୍
କ୍ଲାଇଣ୍ଟ୍
କୁ ଖୋଲିବା ପାଇଁ
mailto
ପ୍ରୋଟୋକଲ୍ ଓ କୌଣସି ଡାଟାବେସ୍ ବ୍ୟବହାର କରିବା ପାଇଁ
jdbc
ପ୍ରୋଟୋକଲ୍ ବ୍ୟବହୃତ ହୋଇଥାଏ ।
ଇତିହାସ
ସମ୍ପାଦନା
ଟିମ୍ ବର୍ନର୍ସ୍-ଲି
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ୧୯୯୪ ମସିହାରେ
ୱାର୍ଲଡ୍ ୱାଇଡ୍ ୱେବ୍
(WWW)ର ଉଦ୍ଭାବକ
ଟିମ୍ ବର୍ନର୍ସ୍-ଲି
ଓ URI ଉପରେ କାମ କରୁଥିବା
ଇଣ୍ଟର୍ନେଟ୍ ଇଂଜିନିୟରିଂ ଟାସ୍କ୍ ଫୋର୍ସ୍
(IETF)ର ଏକ ଦଳଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା ।
ରିକ୍ୱେଷ୍ଟ୍ ଫର୍ କମେଣ୍ଟ୍ସ୍
(RFC) ୧୭୩୮ରେ URLର ଲିଖନ ଶୈଳୀ ବିଷୟରେ ବର୍ଣ୍ଣନା କରାଯାଇଛି ।
URLର ଲିଖନ ଶୈଳୀରେ ୧୯୮୫ ମସିହାରେ ତିଆରି ହୋଇଥିବା
ଡୋମେନ୍ ନେମ୍
ସିଷ୍ଟମ୍ ଓ
ଫାଇଲ୍ ପାଥ୍
ସିନ୍ଟାକ୍ସ୍ ବ୍ୟବହୃତ ହୋଇଥାଏ । URLର ଅନ୍ୟାନ୍ୟ ଅଂଶଗୁଡ଼ିକଠାରୁ
ଡାଇରେକ୍ଟୋରି
କିମ୍ବା
ଫାଇଲ୍
ର ନାମକୁ ଅଲଗା କରିବା ପାଇଁ ସ୍ଲାଶ୍ (
) ସଙ୍କେତ ବ୍ୟବହାର କରାଯାଏ । ସେହିପରି
ୱେବ୍ସାଇଟ୍
ର ନାମ ବା ହୋଷ୍ଟ୍ ନେମ୍ଟି
//
(୨ଟି ସ୍ଲାଶ୍) ସଙ୍କେତରୁ ଆରମ୍ଭ ହୋଇଥାଏ ।
ସିନ୍ଟାକ୍ସ୍
ସମ୍ପାଦନା
URLର ସିନ୍ଟାକ୍ସ୍ ବା ଲିଖନ ଶୈଳୀ URIର ସିନ୍ଟାକ୍ସ୍ ସହିତ ପ୍ରାୟ ସମାନ । URIର ସିନ୍ଟାକ୍ସ୍ ନିମ୍ନରେ ଦିଆଗଲା—
scheme:[//[user:password@]host[:port]][/]path[?query][#fragment]
ଏଥିରେ ଥିବା ଅଂଶଗୁଡ଼ିକ ହେଲା
ଏଠାରେ
https
ପ୍ରୋଟୋକଲ୍ scheme ଭାବେ ବ୍ୟବହୃତ ହୋଇଛି ।
scheme
ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (
), ପିରିୟଡ଼୍ (
) ଓ ହାଇଫେନ୍ (
) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (
) ଥାଏ । ମୁଖ୍ୟତଃ
http
https
http
ର ସୁରକ୍ଷିତ ଭର୍ସନ୍),
ftp
mailto
data
ଇତ୍ୟାଦି ପ୍ରୋଟୋକଲ୍ଗୁଡ଼ିକ scheme ଭାବରେ ବ୍ୟବହୃତ ହୋଇଥାଏ ।
ଏଠାରେ ଗୋଲାକାର ଅଂଶଟି URLରେ ବ୍ୟବହୃତ ୨ଟି ସ୍ଲାଶ୍ ଚିହ୍ନ ଅଟେ ।
୨ଟି ସ୍ଲାଶ୍ (
//
ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି
//
ଦ୍ୱାରା ଆରମ୍ଭ ହୋଇନଥାଏ ।
authority
ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
authentication
ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏଥିରେ ଗୋଟିଏ
ୟୁଜର୍ ନେମ୍
user
) ଓ ତତ୍ସଂଲଗ୍ନ
ପାସ୍ୱାର୍ଡ଼୍ଟି
password
) ଥାଏ । ଏହି ୟୁଜର୍ ନେମ୍ ଓ ପାସ୍ୱାର୍ଡ଼୍ ପରସ୍ପରଠାରୁ ଏକ କଲୋନ୍ ଚିହ୍ନ (
) ଯୋଗେ ଅଲଗା ହୋଇଥାନ୍ତି । ଏହି authentication ଅଂଶର ଶେଷରେ ଏକ ଆଟ୍ ଚିହ୍ନ (
) ଥାଏ ।
URLରେ ଓଡ଼ିଆ ଉଇକିପିଡ଼ିଆର ହୋଷ୍ଟ୍ ନେମ୍ ।
host
ଏହା ଏକ ରେଜିଷ୍ଟର୍ ହୋଇଥିବା
ହୋଷ୍ଟ୍ ନେମ୍
ବା
ସର୍ଭର୍
ର ନାମ କିମ୍ବା ଏକ
IP ଆଡ୍ରେସ୍
କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍ଟି
IPv4
ଆଡ୍ରେସ୍ ହୋଇଥିଲେ ଏହାକୁ
ଡଟେଡ୍-ଡେସିମାଲ୍ ନୋଟେସନ୍
ରେ ଲେଖାଯାଇଥାଏ ଏବଂ
IPv6
ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ (
[ ]
) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ । ଏହି ହୋଷ୍ଟ୍ ନେମ୍କୁ
ଡୋମେନ୍ ନେମ୍
ମଧ୍ୟ କୁହାଯାଏ ।
କ୍ଲାଇଣ୍ଟ୍
କେଉଁ ୱେବ୍ ସର୍ଭର୍କୁ
ରିକ୍ୱେଷ୍ଟ୍
ପଠାଉଛି, ତାହା ଏହି ଡୋମେନ୍ ନେମ୍ରୁ ହିଁ ଜଣାପଡ଼ିଥାଏ । ଏଠାରେ ଡୋମେନ୍ ନେମ୍ ବଦଳରେ ସିଧାସଳଖ ସର୍ଭର୍ଟିର IP ଆଡ୍ରେସ୍ ମଧ୍ୟ ବ୍ୟବହାର କରାଯାଇପାରେ । କିନ୍ତୁ ଅନେକଗୁଡ଼ିଏ ୱେବ୍ ସର୍ଭର୍ର IP ଆଡ୍ରେସ୍କୁ ମନେ ରଖି, ସେଗୁଡ଼ିକୁ URLରେ ବାରମ୍ବାର ବ୍ୟବହାର କରିବା ଏକ କଷ୍ଟସାଧ୍ୟ କାମ ହୋଇଥିବାରୁ ସାଧାରଣତଃ ଡୋମେନ୍ ନେମ୍କୁ ହିଁ URLଗୁଡ଼ିକରେ ବ୍ୟବହାର କରାଯାଇଥାଏ ।
port ନମ୍ବର
ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (
)ଦ୍ୱାରା ହୋଷ୍ଟ୍ ନେମଠାରୁ ଅଲଗା ହୋଇଥାଏ । URLରେ ଦିଆଯାଇଥିବା ୱେବ୍ ସର୍ଭର୍ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବହାର କରିବା ପାଇଁ ବ୍ୟବହୃତ ଟେକ୍ନିକାଲ୍
ଗେଟ୍
କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ଦ୍ୱାରା ବ୍ୟବହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ
http
ପ୍ରୋଟୋକଲ୍ର ମାନକ ପୋର୍ଟ୍ (Standard port) ବ୍ୟବହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ ।
http
ପ୍ରୋଟୋକଲ୍ର ମାନକ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ
https
ପ୍ରୋଟୋକଲ୍ର ମାନକ ପୋର୍ଟ୍ ନମ୍ବର ୪୪୩ ଅଟେ ।
ଗୋଲ୍ ବୁଲାଯାଇଥିବା ଅଂଶଟି ଏହି ପୃଷ୍ଠାଟିର path ଅଟେ ।
path
ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତଥ୍ୟକୁ (Data) ନେଇ ଗଠିତ । ଏହି ତଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (
)ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ
ଫାଇଲ୍ ସିଷ୍ଟମ୍ ପାଥ୍
କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (
) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (
) ଆରମ୍ଭ ହୋଇପାରିବ ନାହିଁ । ଏହି
ପାଥ୍ ନେମ୍
ୱେବ୍ ସର୍ଭର୍ରେ ଥିବା ସମ୍ବଳର ପାଥ୍କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍ରେ ଥିବା କୌଣସି ଫିଜିକାଲ୍ ଫାଇଲ୍ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା
ଆବ୍ଷ୍ଟ୍ରାକ୍ସନ୍
କୁ ଦର୍ଶାଉଛି ।
URL କ୍ୱେରୀ
query
ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ପ୍ରଶ୍ନବାଚକ ଚିହ୍ନ (
) ଯୋଗେ ଅଲଗା ହୋଇଥାଏ । ଏଥିରେ ପଦାନୁକ୍ରମିକ ଭାବେ ସଜା ହୋଇନଥିବା ଏକ
କ୍ୱେରୀ ଷ୍ଟ୍ରିଙ୍ଗ୍
ଥାଏ । ଏଥିରେ ସାଧାରଣତଃ ଏକ
ଡେଲିମିଟର୍ଦ୍ୱାରା
ଅଲଗା ହୋଇଥିବା କିଛି ଯୋଡ଼ା
ଆଟ୍ରିବ୍ୟୁଟ୍
ଭ୍ୟାଲ୍ୟୁ
Attribute-Value pair
) ରହିଥାଏ । ଏଠାରେ ଆଟ୍ରିବ୍ୟୁଟ୍କୁ
କି
(Key) ମଧ୍ୟ କୁହାଯାଇଥାଏ ଏବଂ ଆମ୍ପର୍ସାଣ୍ଡ୍ (
) କିମ୍ବା ସେମିକଲୋନ୍କୁ (
) ଡେଲିମିଟର୍ ଭାବେ ବ୍ୟବହାର କରାଯାଇପାରେ ।
କ୍ୱେରୀ ଡେଲିମିଟର୍
ଉଦାହରଣ
ଆମ୍ପର୍ସାଣ୍ଡ୍ (
?key1=value1&key2=value2
ସେମିକଲୋନ୍ (
?key1=value1;key2=value2
ଏହି query ହେଉଛି ୱେବ୍ ସର୍ଭର୍କୁ ଦିଆଯାଉଥିବା ଅତିରିକ୍ତ
ପାରାମିଟର୍
। ଏହାକୁ ବ୍ୟବହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।
URLର fragment ଅଂଶ ।
fragment
ଏହି ଭାଗଟି URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ହାଶ୍ ଚିହ୍ନ (
)ଦ୍ୱାରା ଅଲଗା ହୋଇଥାଏ । ଏହି fragmentରେ ଏକ
ଫ୍ରାଗ୍ମେଣ୍ଟ୍ ଆଇଡେଣ୍ଟିଫାୟର୍
ଥାଏ । ଏହା ୱେବ୍ ସର୍ଭର୍ରେ ଥିବା ଏକ ସେକେଣ୍ଡାରୀ ସମ୍ବଳକୁ (Secondary resource), ଯଥା- URLଦ୍ୱାରା ଚିହ୍ନଟ କରାଯାଇଥିବା କୌଣସି ପ୍ରସଙ୍ଗ ବା ଲେଖାର କୌଣସି ବିଭାଗର ଶୀର୍ଷକ (Heading), ଦର୍ଶାଇଥାଏ । ପ୍ରାଇମେରୀ ସମ୍ବଳଟି (Primary Resource) ଏକ
HTML
ଡକୁମେଣ୍ଟ୍ ହୋଇଥିଲେ, ଫ୍ରାଗ୍ମେଣ୍ଟ୍ କୌଣସି ନିର୍ଦ୍ଦିଷ୍ଟ ଏଲିମେଣ୍ଟ୍ର
id
ଆଟ୍ରିବ୍ୟୁଟ୍କୁ ଦର୍ଶାଇଥାଏ ଏବଂ
ୱେବ୍ ବ୍ରାଉଜର୍
ଏହି ଆଟ୍ରିବ୍ୟୁଟ୍କୁ ଦେଖାଇଥାଏ । ଅନ୍ୟ ଅର୍ଥରେ କହିଲେ ଫ୍ରାଗ୍ମେଣ୍ଟ୍ ଏକ ଉପସ୍ଥାପକ ଭଳି କାମକରିଥାଏ । ଏହା ରିକ୍ୱେଷ୍ଟ୍ କରାଯାଇଥିବା ସମ୍ବଳର ଏକ ବିଭାଗକୁ ଉପସ୍ଥାପନ କରିଥାଏ । ଏହି ଉପସ୍ଥାପକ ମୁଖ୍ୟ ସମ୍ବଳଟି ମଧ୍ୟରେ ଏକ
ବୁକ୍ମାର୍କ୍
ତିଆରି କରିଥାଏ, ଯାହା ୱେବ୍ ବ୍ରାଉଜର୍କୁ ସେହି ବୁକ୍ମାର୍କ୍ କରାଯାଇଥିବା ବିଭାଗକୁ ଯିବା ପାଇଁ ଦିଗ ସୂଚାଇଥାଏ । ତେଣୁ ଫ୍ରାଗ୍ମେଣ୍ଟ୍କୁ anchor ମଧ୍ୟ କୁହାଯାଏ । ତେବେ ଏହି ଫ୍ରାଗ୍ମେଣ୍ଟ୍କୁ କ୍ଲାଇଣ୍ଟ୍ ରିକ୍ୱେଷ୍ଟ୍ର ଏକ ଅଂଶ ଭାବରେ ସର୍ଭର୍କୁ ପଠାଯାଏ ନାହିଁ ।
URLକୁ ଏକ ଡାକ ଠିକଣା ଭାବରେ ନିଆଯାଇପାରେ । ଏଠାରେ
ପ୍ରୋଟୋକଲ୍
ହେଉଛି ବ୍ୟବହାର କରିବାକୁ ଚାହୁଁଥିବା ଡାକ ସେବା,
ଡୋମେନ୍ ନେମ୍
ହେଉଛି ସହରର ନାମ ଏବଂ
ପୋର୍ଟ୍
ହେଉଛି ଜିପ୍ କୋଡ୍ ବା ପିନ୍ କୋଡ୍ । ଏଠାରେ
ପାଥ୍
ଚିଠି ପହଞ୍ଚିବାକୁ ଥିବା ବିଲ୍ଡିଙ୍ଗ୍କୁ ଦର୍ଶାଏ ।
କ୍ୱେରୀ
କିଛି ଅତିରିକ୍ତ ତଥ୍ୟ, ଯଥା- ଆପାର୍ଟ୍ମେଣ୍ଟ୍ ନମ୍ବରକୁ ଦର୍ଶାଏ ଏବଂ ଶେଷରେ
ଫ୍ରାଗ୍ମେଣ୍ଟ୍
ଚିଠିର ପ୍ରକୃତ ଗ୍ରାହକକୁ ଦର୍ଶାଇଥାଏ ।
ପ୍ରକାର
ସମ୍ପାଦନା
ଡାଇନାମିକ୍ ୟୁ.ଆର୍.ଏଲ୍ (Dynamic URL)
ସମ୍ପାଦନା
କୌଣସି
ଡାଇନାମିକ୍ ୱେବ୍ ପେଜ୍
ର ଆଡ୍ରେସ୍କୁ ଡାଇନାମିକ୍ URL କୁହାଯାଏ । ଏହି ପ୍ରକାର URL ସହ ଜଡ଼ିତ ଥିବା ୱେବ୍ସାଇଟ୍ଗୁଡ଼ିକ ସାଧାରଣତଃ
ସ୍କ୍ରିପ୍ଟ୍
Script
) ରନ୍ କରି ଆଉଟ୍ପୁଟ୍ ଦେଖାଇଥାନ୍ତି । ସ୍କ୍ରିପ୍ଟ୍ ହେଉଛି ଏକ ସର୍ଭର୍ ସାଇଟ୍ ପ୍ରୋଗ୍ରାମ୍ । କ୍ଲାଇଣ୍ଟ୍ ଡାଇନାମିକ୍ URL ମାଧ୍ୟମରେ କୌଣସି ରେକ୍ୱେଷ୍ଟ୍ ପଠାଇଲେ ସେହି ରିକ୍ୱେଷ୍ଟ୍ର ପରିଣାମ ସ୍ୱରୂପ ସର୍ଭର୍ର
ହାର୍ଡ଼ ଡିସ୍କ୍
ରେ ଥିବା ଆବଶ୍ୟକୀୟ ସ୍କ୍ରିପ୍ଟ୍ ବା ପ୍ରୋଗ୍ରାମ୍ଟିକୁ ଚିହ୍ନିତ କରାଯାଏ । ଏହା ପରେ ସେହି ଚିହ୍ନିତ ପ୍ରୋଗ୍ରାମ୍ଟିକୁ
ମେମୋରୀରେ
ଲୋଡ଼୍ କରାଯାଇ ଏହାକୁ ରନ୍ କରାଯାଏ । ଏଥିରୁ ଯେଉଁ
ଆଉଟ୍ପୁଟ୍
ବାହାରେ, ତାହାକୁ URLର
ରେସ୍ପନ୍ସ୍
ସ୍ୱରୂପ କ୍ଲାଇଣ୍ଟ୍ ପାଖକୁ ପଠାଇ ଦିଆଯାଏ ।
କେତେକ କ୍ଷେତ୍ରରେ କିଛି
କ୍ୱେରୀ
ଯୋଗେ ସର୍ଭର୍ରେ ଥିବ୍
ଡାଟାବେସ୍
ରୁ କିଛି ତଥ୍ୟ ଉଦ୍ଧାର କରାଯାଇ କ୍ଲାଇଣ୍ଟ୍ ପାଖକୁ ପଠାଯାଇଥାଏ । ଏହି ପ୍ରକାର URLର ରେସ୍ପନ୍ସ୍ ସର୍ବଦା କୌଣସି ସ୍କ୍ରିପ୍ଟ୍ ବା କ୍ୱେରୀର ଆଉଟ୍ପୁଟ୍ ଉପରେ ନିର୍ଭର କରେ, ଯାହା ଡାଇନାମିକ୍ ଭାବରେ ସୃଷ୍ଟି ହୋଇଥାଏ । ଡାଇନାମିକ୍ URLଗୁଡ଼ିକରେ ମୁଖ୍ୟତଃ ତଳଲିଖିତ ସଙ୍କେତଗୁଡ଼ିକ ଥାଏ
cgi-bin
.cgi
ଉଦାହରଣ ସ୍ୱରୂପ
୧୦
ଷ୍ଟାଟିକ୍ ୟୁ.ଆର୍.ଏଲ୍ (Static URL)
ସମ୍ପାଦନା
ଏହି URL କୌଣସି ସ୍କ୍ରିପ୍ଟ୍କୁ କଲ୍ କରି ନ ଥାଏ ।
୧୧
ଏହା ସାଧାରଣତଃ
.htm
ବା
.html
ଫାଇଲ୍ ଏକ୍ସ୍ଟେନ୍ସନ୍
ଥିବା HTML ଡକୁମେଣ୍ଟ୍କୁ ପ୍ରଦର୍ଶିତ କରିଥାଏ ।
୧୨
ଉଦାହରଣ ସ୍ୱରୂପ
୧୩
ବ୍ୟବହାର
ସମ୍ପାଦନା
ଇଣ୍ଟର୍ନେଟ୍ରେ କୌଣସି ସମ୍ବଳକୁ ଖୋଜି ପାଇବା ପାଇଁ ସେହି ସମ୍ବଳର URLକୁ ବ୍ରାଉଜର୍ର ଆଡ୍ରେସ୍ ବାର୍ରେ ଟାଇପ୍ କାରାଯାଏ । ଏହାଛଡ଼ା ଏହାର ଆହୁରି ମଧ୍ୟ ଅନେକ ବ୍ୟବହାର ଅଛି ।
HTML
ଲାଙ୍ଗୁଏଜ୍ରେ URLର ବହୁଳ ବ୍ୟବହାର କାରାଯାଇଥାଏ । ଯଥା
ଏଲିମେଣ୍ଟ୍ ବ୍ୟବହାର କରି ଅନ୍ୟ HTML ଡକୁମେଣ୍ଟ୍କୁ ଲିଙ୍କ୍ ତିଆରି କାରିବା ପାଇଁ URL ବ୍ୟବହୃତ ହୋଇଥାଏ ।
୧୪
ତଥା
US